ଦଶମ ଓଡିଆ ଭି ଏସ ଟି ୧
Quiz
- କେଉଁଟି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଇଂରାଜୀରେ ଲିଖିତ ଏକ ଉପାଦେୟ ଗବେଷଣା ଗ୍ରନ୍ଥ ?
- ଇତିହାସ ଓ କିମ୍ବଦନ୍ତୀ
- ମୋ ସମୟର ଓଡିଶା
- ପ୍ରବନ୍ଧ ମାନସ
- ଭୁବନେଶ୍ବରର ପ୍ରତ୍ନତତ୍ତ୍ଵିକ ଅବଶେଷ
- ଦୂର ବଂଶୀସ୍ଵନରେ କାହାର ମନ ଆଜି ମଧ୍ୟ ଆହେତୁକ ଓ ଅନାହୁତ ବ୍ୟଥାରେ ଭାରକ୍ରାନ୍ତ ହୋଇ ଉଠୁଛି ?
- ଗ୍ରାମବାସୀଙ୍କର
- ସହରୀ ବାବୁମାନଙ୍କର
- ଅନୁଢା ଗୋପ କନ୍ୟା ମାନଙ୍କର
- ଗୋପୀ ଗୋପାଳ ମାନଙ୍କର
- ଦକ୍ଷିଣ ଆଫ୍ରିକାର ଆଦିମ କଳା ଜାତିର ମଣିଷଙ୍କୁ କଣ କୁହାଯାଏ?
- ସାନ୍ତାଳ
- ନିଗ୍ରୋ
- ମୁଣ୍ଡା
- ହୋ
- କ୍ଷିତି, ଆପ, ତେଜଃ, ମରୁତ, ବ୍ୟୋମ - ଏମାନଙ୍କୁ କ'ଣ କୁହାଯାଏ?
- ପଞ୍ଚଭୂତ
- ପଞ୍ଚତତ୍ତ୍ଵ
- ପାଞ୍ଚ ପଦାର୍ଥ
- ପଞ୍ଚବସ୍ତୁ
- କେଉଁଟି ଏକ ଭାଷାର ନାମ ନୁହେଁ?
- ପୋଲିସ
- ଫେଞ୍ଚ
- ଜର୍ମାନ
- ହିବୃ
- କେଉଁ ସରକାର ତାଙ୍କ ଲୋକମାନଙ୍କୁ ମାତୃଭାଷାରେ ଶିକ୍ଷା ଓ ଶାସନ କରିବାର ଅଧିକାର ଦେଇଛନ୍ତି?
- ଭାରତ
- ଜର୍ମାନ
- ଆମେରିକା
- ରୁଷ
- କେଉଁ ସ୍ଥାନରେ ଥିବା ପରିତ୍ୟକ୍ତ ଭୂତକୋଠିଟୀ ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହୋଇଥିଲା?
- ବରାହ ନଗରରେ
- ଆଣ୍ଟପୁରରେ
- ହାଥରସ ଠାରେ
- ଦକ୍ଷିଣେଶ୍ଵରରେ
- ଶ୍ରୀରାମକୃଷ୍ଣଙ୍କର କେତେଜଣ ସନ୍ୟାସୀ ଶିଷ୍ୟ ଥିଲେ?
- ୧୦
- ୧୬
- ୧୮
- ୧୫
- କେଉଁ ନାଟ୍ୟକାର ନାଟ୍ୟଭାରତୀ ସମ୍ମାନରେ ବିଭୂଷିତ ?
- ରାମଚନ୍ଦ୍ର ମିଶ୍ର
- ରଘୁନାଥ ପଣ୍ଡା
- ଅଶ୍ଵିନ କୁମାର ଘୋଷ
- ଗୋପାଳ ଛୋଟରାୟ
- ମହାନଗରୀରେ ରାତ୍ରି -ଏହା କାହାର ସୃଷ୍ଟି ?
- ବୀଣାପାଣି ମହାନ୍ତି
- ସୁରେନ୍ଦ୍ର ମହାନ୍ତି
- ପ୍ରତିଭା ରାୟ
- ଗୋବିନ୍ଦ ଦାସ
- ବଂଶ ରକ୍ଷା ନିମନ୍ତେ ଦୁର୍ଯୋଧନ କେଉଁ ମାନଙ୍କୁ ରଖିଥିଲେ ?
- ଅନୁଜ ମାନଙ୍କୁ
- ନିଜ ପୁତ୍ରମାନଙ୍କୁ
- ପ୍ରଜାମାନଙ୍କୁ
- ପଞ୍ଚଳୀ ପୁତ୍ରମାନଙ୍କୁ
- ଅଙ୍ଗଦଙ୍କ ପିତାଙ୍କ ଶତ୍ରୁ କିଏ ?
- ରାମଚନ୍ଦ୍ର
- ରାବଣ
- ସୁଗ୍ରୀବ
- ବିଭୀଷଣ
- ଚିଲିକା ଖଣ୍ଡ କାବ୍ୟରେ କବିବର କାହାକୁ ନାୟିକା ରୂପେ ଚିତ୍ରଣ କରିଛନ୍ତି?
- ଚିଲିକାକୁ
- ପ୍ରକୃତିକୁ
- ସୌନ୍ଦର୍ଜ୍ୟ କୁ
- ରାତ୍ରିକୁ
- ମିନଜୀବୀମାନେ କେଉଁଠାରେ ପାଲଟାଣି ଆନନ୍ଦରେ ଘରକୁ ଫେରି ଆସନ୍ତି?
- ଚିଲିକାରେ
- ମୁହାଣରେ
- ନାବ ବକ୍ଷରେ
- ଚତୁର୍ଦିଗରେ
- ଚିଲିକାର ଅନ୍ତଃ ସ୍ଥଳରେ କାହାର ପ୍ରତିବିମ୍ବ ଶୋଭାପାଇଛି ବୋଲି କବି କଲ୍ପନା କରିଛନ୍ତି?
- ବନ
- ନାସୀ
- ସନ୍ଧ୍ୟାତାରା
- ଶୈଳ
- ବରପାଲିରେ କିଏ ଜନ୍ମଗ୍ରହଣ କରିଥିଲେ?
- ରାଧାନାଥ
- ଗଙ୍ଗାଧର
- ଅନନ୍ତ
- ଉପେନ୍ଦ୍ର
- ସତୀ ସୀତା କେଉଁ ମାନଙ୍କ ଆଦର ବନ୍ୟାରେ ପ୍ଳାବିତା ହୋଇଥିଲେ?
- ତମସା
- ଉଷା
- ତାପସ କନ୍ୟା
- ଯୋଗେଶ୍ଵରୀ
- ପ୍ରକୃତି କବିଙ୍କ ଦୃଷ୍ଟିରେ ଶୁଭ୍ର ସୌରଭ ରସିକା କିଏ?
- ଉଷା
- ଅନୁକମ୍ପା
- ପ୍ରକୃତି
- ତମସା
- କବିଙ୍କ ମତରେ ଦେଶ ମଧ୍ୟରେ ବିଭାଜନ ସୃଷ୍ଟିହେବାର କାରଣ କ'ଣ ?
- ଅର୍ଥନୈତିକ ବୈଷମ୍ୟ
- ରାଜନୈତିକ ବୈଷମ୍ୟ
- ଜାତିଗତ ଭେଦଭାବ
- ଅଭାବ
- ମାଟି ମା ସମସ୍ତଙ୍କ ଉପରେ ସମାନ ଭାବରେ କ'ଣ ବାଣ୍ଟି ଦେଇଛି?
- ଖାଦ୍ୟ
- ଶକ୍ତି
- ତୃପ୍ତି
- ସ୍ନେହ
- ଜୟଦେବ କେଉଁ ଠାରେ ରୁହନ୍ତି ?
- କେସିଙ୍ଗା
- ଭବାନୀପାଟଣା
- କଳାହାଣ୍ଡି
- ଗ୍ରାମରେ
- ମିଶ୍ର ବାବୁ କେଉଁ ଠାରେ ଖାଲି ଗାଡି ଟିଏ ଦେଖିଲେ ?
- ଷ୍ଟେସନରେ
- ରାସ୍ତାରେ
- ପ୍ଲାଟଫର୍ମ ବାହାରେ
- ପ୍ଲାଟଫର୍ମ ଭିତରେ
- ଗତି ଶିଥିଳ କରିବାକୁ ଅଙ୍ଗଦ କାହାକୁ ଅନୁରୋଧ କରିଥିଲେ ?
- ଦୀର୍ଘଦେହୀ ପୁରୁଷ ଙ୍କୁ
- ରାଜେଶ୍ଵରୀଙ୍କୁ
- କାରୁବାକୀଙ୍କୁ
- ସେନାପତିଙ୍କୁ
- ଗାଳ୍ପିକଙ୍କ ମତରେ କିଏ ସନ୍ତାନ ମାନଙ୍କୁ କିଛି ମାଗେ ନାହିଁ କେବଳ ଦେଇ ଚାଲେ ?
- ଦେବତା
- ମା
- ବାପା
- ଗୁରୁଜନ
- ପଛକୁ ଫେରି ନ ଚାହିଁ ଖାଲି ଆଗକୁ ଦେଖିବା କେଉଁ ନିୟମ ବୋଲି ଗାଳ୍ପିକ କହିଛନ୍ତି ?
- ମଣିଷକୃତ
- ସରକାରୀ
- ପ୍ରାକୃତିକ
- ସାଧାରଣ
- ଦଣ୍ଡକ ବନ ରେ କିଏ ନିବାସ କରିଥିବେ ବୋଲି ପାର୍ବତ୍ୟ କନ୍ୟା ମାନେ କହିଥିଲେ ?
- ତିଳୋତ୍ତମା
- ଦ୍ରୌପଦୀ
- ଅହଲ୍ୟା
- ବୈଦେହୀ
- ସୁନ୍ଦ ଓ ଉପସୁନ୍ଦଙ୍କର ପିତାମହ କିଏ ?
- ନିକୁମ୍ଭାସୁର
- ହିରଣ୍ୟକଶିପୁ
- ବୃତ୍ରାସୁର
- ମହିଷାସୁର
- ଦାନବ ମାନେ କେଉଁ ଯୁଦ୍ଧରେ ବଳୀୟାନ ?
- କୂଟ
- ମାୟା
- ଛାୟା
- ଦ୍ଵନ୍ଦ୍ୱ
- ଧର୍ମପଦ ଜନ୍ମ ହବାର କେତେ ବର୍ଷ ପୂର୍ବରୁ ବିଶୁ ମହାରଣା ଘର ଛାଡିଥିଲେ ?
- ୧୦
- ୮
- ୧୨
- ୧୪
- ଦଧିନଉତି ବସି ନ ପାରିବାର କାରଣ ସ୍ୱରୂପ ଧରମା କଣ କହିଥିଲା ?
- ଭିତ୍ତିଭୂମି ରେ ଦୋଷ ଅଛି
- ଦେଉଳ ନିର୍ମାଣ ରେ ତ୍ରୁଟି ଅଛି
- ଦେଉଳର କାନ୍ଥ ବଙ୍କା ଅଛି
- ଦେଉଳ ର ଘନକେନ୍ଦ୍ର ସହ ଦଧିନଉତି ଗୋଟିଏ ସରଳରେଖାରେ ରହିପାରୁନି
- କାହାକୁ ପଦ ବିନ୍ୟାସ କୁହାଯାଏ ?
- ଆକାଂକ୍ଷା
- ବାକ୍ୟାଂଶ
- ଆସତ୍ତି
- ଖଣ୍ଡ ବାକ୍ୟ
- ମୋତେ ଶକ୍ତି ଦିଅ ପ୍ରଭୁ !-ଏହି ବାକ୍ୟରେ ସମ୍ବୋଧନ ପଦ କେଉଁଠାରେ ବସିଛି ?
- ଆରମ୍ବରେ
- ଶେଷରେ
- ମଝିରେ
- ଆଦୌ ନାହିଁ
- ପରସ୍ପର ନିର୍ଭରଶୀଳ ଦୁଇ ବ ତତୋଧିକ ସରଳ ବାକ୍ୟ ର ସମାହାର ଯୋଗେ ଗଠିତ ବାକ୍ୟ କୁ କି ବାକ୍ୟ କୁହାଯାଏ ?
- ସରଳ
- ଯୌଗିକ
- ଜଟିଳ
- ଖଣ୍ଡ ବାକ୍ୟ
- ବିଜୁବାବୁଙ୍କୁ ଓଡିଶା ରେ ସମସ୍ତେ ଜାଣନ୍ତି- ବାକ୍ୟ ଟିକୁ ନାସ୍ତି ସୂଚକ ବାକ୍ୟ ରେ ପରିଣତ କର ।
- ବିଜୁବାବୁ ଓଡିଶା ରେ କାହାକୁ ଅଜଣା ନୁହଁନ୍ତି ।
- ବିଜୁବାବୁଙ୍କୁ କିଏ ନଜାଣେ।
- ବିଜୁବାବୁ ପୁଣି କାହାର ଅଜଣା !
- ବିଜୁବାବୁଙ୍କୁ ଓଡିଶା କେହି ଜାଣନ୍ତି ନାହିଁ ।
- ପ୍ରାଣ-ଏହି ଶବ୍ଦରେ ର ଓ ନ ମଧ୍ୟରେ ଥିବା ବ୍ୟବଧାନ ବର୍ଣ୍ଣଟି କିଏ ?
- ପ
- ନ
- ଅ
- ଆ
- କେଉଁଟି ବିସର୍ଗ ସନ୍ଧି ଜାତ ସତ୍ଵ ବିଧିର ଉଦାହରଣ ନୁହେଁ ?
- ନିଷ୍ପାପ
- ବହିଷ୍କୃତ
- ପୁରୁଷ
- ନିଷ୍ଫଳ
- ନାହିଁ ଅପରାଧ ଯାହାର ସେ- ଏକ ପଦରେ କଣ ହବ ?
- ନିରପରାଧୀ
- ନିରାପରାଧୀ
- ନିରପରାଧ
- ନିର୍ପରାଧ
- ଆମ୍ଭେମାନେ ଜଗନ୍ନାଥ ମନ୍ଦିରରେ ------ ଖାଇଥିଲୁ ।
- ଅଭଡା
- ଅଭଢା
- ଅବଡା
- ଅବଢା
- ରାବଣ ନିକଟରେ ସିତାଙ୍କ ଅକୁଳ ପାର୍ଥନା ---- ରେ ପରିଣତ ହେଲା । ଉପଯୁକ୍ତ ରୂଢି ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର ।
- ଅରଣ୍ୟ ରୋଦନ
- ଆକାଶ କୁସୁମ
- କପାଳ ଲିଖନ
- ଫଟା କପାଳ
- ଅସମ୍ଭବ ସମ୍ଭବ ହେବ- ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ଲେଖ ।
- କଳା କାଠ ପଡିଯିବା
- ଉସୁନା ଧାନ ଗଜା ହେବା
- କପାଳ ଖୋଲିବା
- କାମରେ ହାତ ଦେବା
- ଗୋଡ଼ ଟେକି ବସିବା - ରୂଢି ଟିର ଅର୍ଥ ଲେଖ।
- ଗୋଡ଼ ଉପରକୁ କରିବା
- ଗୋଡ଼ ଟେକି ରଖିବା
- କିଛି କାମ ନ କରିବା
- ପ୍ରସ୍ତୁତ ହୋଇ ରହିବା
- କେଉଁଟି ଏକ କ୍ରିୟାହୀନ ରୂଢି ?
- ଚଳୁ କରିଦବା
- ଗୋଡ଼ ଟେକି ରଖିବା
- କିଛି କାମ ନ କରିବା
- ପ୍ରସ୍ତୁତ ହୋଇ ରହିବା
- ସବୁ କାମ ସହଜରେ ହୁଏ ନାହିଁ-ଏହି ଅର୍ଥରେ ବ୍ୟବହୃତ ଲୋକବାଣୀଟି ଲେଖ।
- ହାତେ ମାପି ଚାଖଣ୍ଡେ ଚାଲ
- ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ
- ହାତ ଅଳସେ ନିଶ ବଙ୍କା
- ଯତ୍ନ କାଲେ ରତ୍ନ ମିଳେ
- ଶୋଇଲା ପୁଅର ଭାଗ ନାହିଁ-ଲୋକବାଣୀର ଅର୍ଥ କଣ ?
- କର୍ମକୁଣ୍ଠ ଲୋକ ଜୀବନରେ ହାରିଯାଏ
- ଆଳସ୍ୟ ସର୍ବନାଶ କରେ
- ଅଳସୁଆ ଦୁଖ ପାଏ
- ଶୋଇବା ଲୋକ କିଛି ଜାଣିପାରେ ନାହିଁ
- ଶଙ୍କରାଭରଣ ଛନ୍ଦର ଗୋଟିଏ ପଦରେ କେତୋଟି ପାଦ ଥାଏ ?
- ଦୁଇଟି
- ଏକପାଦୀ
- ଚାରୋଟି
- ଛଅଟି
- ଚିଲିକା! ତୋହର ଏହି ଶୋଭାବନ , ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ । ଏହି ପଦଟି କେଉଁ ଛନ୍ଦରେ ରଚିତ।
- ଗୁଜ୍ଜରୀ
- ନଟବାଣୀ
- ବଙ୍ଗଳାଶ୍ରୀ
- ରାମକେରି
- କେଉଁଟି ଅର୍ଥାଳଙ୍କାରର ଉଦାହରଣ ?
- ଯମକ
- ଅନୁପ୍ରାସ
- ଶ୍ଲେଷ
- ଉତପ୍ରେକ୍ଷା
- କେଉଁ ଗ୍ରନ୍ଥଟି ଦାଣ୍ଡିବୃତ୍ତରେ ରଚିତ ?
- ବିଷ୍ଣୁଗର୍ଭ ପୁରାଣ
- ଭାଗବତ
- ଚିଲିକା
- ଲାବଣ୍ୟବତୀ
- ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପ୍ରୟୋଗରେ କେଉଁ ଅଳଙ୍କାର ହୁଏ ?
- ଉପମା
- ଯମକ
- ଅନୁପ୍ରାସ
- ଶ୍ଲେଷ
- ଯାହାକୁ ତୁଳନା ଦିଆଯାଏ ତାକୁ କଣ କହନ୍ତି ?
- ଉପମେୟ
- ଉପମାନ
- ସାଧାରଣ ଧର୍ମ
- ଉପମାବାଚକ ଶବ୍ଦ
No comments:
Post a Comment