ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୫
ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୫
Quiz
୧. ଓଡିଶାରେ ଦଳିତମାନଙ୍କୁ ପୂର୍ବେ କ’ଣ
କୁହାଯାଉଥିଲା?
- ଅସାମାଜିକ
- ଅସ୍ପୃଶ୍ୟ
- ହରିଜନ
- ଆଦିବାସୀ
୨. ଦେଶ ସ୍ୱାଧୀନତା ପାଇବାବେଳକୁ ଶତକଡା କେତେ ଭାଗ
ଆଦିବାସୀ ସାକ୍ଷର ଥିଲେ ?
- ୨%
- ୨.୫%
- ୧.୫%
- ୩%
୩. ଗାଁ ଗୁଡିକରେ ନିର୍ମିତ ହେଉଥିବା କଂକ୍ରିଟ ରାସ୍ତା କେଉଁ
ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ?
- ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା
- ଜବାହର ରୋଜଗାର ଯୋଜନା
- ସହରୀ ରୋଜଗାର ଯୋଜନା
- ସୂର୍ଣ୍ଣଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା
୪. ନାଗରିକ ଅଯୋଗ୍ୟତା ଆଇନ କେଉଁ ପ୍ରଥା ସହିତ ସଂପୃକ୍ତ ?
- ମହାଜନୀ
- ଗୋତି
- ଅସ୍ପୃଶ୍ୟତା
- ବେଠି
୫.ନିମ୍ନଲିଖିତ ଯୋଜନାଗୁଡିକ ମଧ୍ୟରୁ କେଉଁ ଯୋଜନାଟିର
ଲକ୍ଷ୍ୟ ଭିନ୍ନ?
- ଖାଦ୍ୟ ପାଇଁ କାମ
- ଜବାହର ଗ୍ରାମ ସମୃଦ୍ଧି ଯୋଜନା
- ବିଜୁଗ୍ରାମ ଜ୍ୟୋତି ଯୋଜନା
- ନିଶ୍ଚିତ ରୋଜଗାର ଯୋଜନା
୬. ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ କେଉଁ ଶିକ୍ଷା ବର୍ଷ
ଠାରୁ ଆରମ୍ଭ ହୋଇଛି ?
- ୨୦୦୯-୧୦
- ୨୦୦୮-୦୯
- ୨୦୦୭-୨୦୦୮
- ୨୦୦୬-୦୭
୭. କୌଶଲ୍ୟାଗଙ୍ଗ କ’ଣ ପାଇଁ ପ୍ରସିଦ୍ଧ ?
- ମତ୍ସ୍ୟ ଗବେଷଣା ପାଇଁ
- ଧାନ ଗବେଷଣା ପାଇଁ
- ନାରୀକେଳ ଗବେଷଣା ପାଇଁ
- ପ୍ରସ୍ତର କାମ ପାଇଁ
୮. ଚିପିଲିମାଠାରେ କେଉଁ ମହାବିଦ୍ୟାଳୟ ରହିଛି ?
- ଯାନ୍ତ୍ରିକ ମହାବିଦ୍ୟାଳୟ
- କୃଷି ମହାବିଦ୍ୟାଳୟ
- ସଂସ୍କୃତ ମହାବିଦ୍ୟାଳୟ
- ଭେଷଜ ମହାବିଦ୍ୟାଳୟ
୯. ଓଡିଶାରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ
କେଉଁଠାରେ ରହିଛି ?
- ଭୁବନେଶ୍ୱର
- କଟକ
- ପୁରୀ
- ବ୍ରହ୍ମପୁର
୧୦. ୧୯୪୭ରେ କେଉଁଠାରେ ଏକ ଇଣ୍ଟରମିଡିଏଟ୍
ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ?
- ବାଲେଶ୍ୱର
- ପୁରୀ
- ସମ୍ବଲପୁର
- କୋରାପୁଟ
୧୧. ଗୋତି ପ୍ରଥା ଆଇନ ବଳରେ କେଉଁ ମସିହାରେ
ଗୋତିପ୍ରଥା ସଂପୂର୍ଣ୍ଣ ଭାବେ ଉଠାଇ ଦିଆଗଲା ?
- ୧୯୭୬
- ୧୯୭୨
- ୧୯୬୮
- ୧୯୫୩
୧୨. ପ୍ରାକୃତିକ ବିର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକକୁ
କେଉଁ ପ୍ରକାର ଋଣ ଦିଆଗଲା ?
- ସ୍ୱଳ୍ପମିଆଦୀ
- ମଧ୍ୟ ମିଆଦୀ
- ଦୀର୍ଘ ମିଆଦୀ
- ତକାଭି
୧୩. ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରବା ପାଇଁ
ସରକାର କେଉଁ ମସିହାରେ ଆଇନ ପ୍ରଣୟନ କରିଛନ୍ତି ?
- ୧୯୪୭
- ୧୯୪୯
- ୧୯୫୧
- ୧୯୫୩
୧୪.ମାଛକୁଣ୍ଡ ଯୋଜନା କେଉଁ ସରକାରଙ୍କ ସହଯୋଗରେ
ହୋଇଛି?
- କେନ୍ଦ୍ର ସରକାର
- ଓଡିଶା ସରକାର
- ଆନ୍ଧ୍ର ପ୍ରଦେଶ ସରକାର
- ଛତିଶଗଡ ସରକାର
୧୫.ଓଡିଶାରେ କେବେଠାରୁ କୃଷିବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା
କରାଯାଇଛି?
- ୧୯୭୬
- ୧୯୬୮
- ୧୯୫୩
- ୧୯୪୭
୧୬.୧୯୬୧ ମସିହାରେ ଓଡିଶାର ସମୁଦାୟ ଶ୍ରମଶକ୍ତିର
ଶତକଡା କେତେ ଭାଗ କଳକାରଖାନାରେ କାମ କରୁଥିଲେ?
- ୭.୦୯%
- ୮.୦୫%
- ୮.୧୦%
- ୯.୫୬%
୧୭. ନିମ୍ନଲିଖିତ ସ୍ଥାନଗୁଡିକ ମଧ୍ୟରୁ କେଉଁଠାରେ ଏକ
ଭାରୀଜଳ କାରଖାନା ରହଛି ?
- ଢେଙ୍କାନାଳ
- ଅନୁଗୁଳ
- ବଡମାଳ
- ତାଳଚେର
୧୮.ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ କେଉଁଠାରେ ଏକ ଚିନିକଳ ଥିଲା?
- ବଡମ୍ବା
- ରାୟଗଡା
- ଆସ୍କା
- ନୟାଗଡ
୧୯. କେଉଁ ସପ୍ଟଓୟାର କମ୍ପାନୀର ଉପସ୍ଥିତି ଓଡିଶାରେ ନାହିଁ ?
- ଉଇପ୍ରୋ
- ଇନ୍ଫୋସିସ
- ସତ୍ୟମ ମହିନ୍ଦ୍ରା
- ଆକସେଞ୍ଚର
୨୦. କେଉଁଠାରେ ବକ୍ସାଇଟ୍ ଖଣିର ସନ୍ଧାନ ମିଳିବା ପରେ
ଓଡିଶାର ଦୁଇଟି ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠିତ ହେଲା ?
- ଅନୁଗୁଳ
- ଦାମନଯୋଡି
- ପଞ୍ଚପଟ୍ଟମାଳି
- ଡୁବୁରୀ
୨୧. ଜାତୀୟ ରାଜପଥ ନଂ-୫ ର ଦୈର୍ଘ୍ୟ କେତେ କି.ମି ?
- ୪୫୩
- ୪୩୫
- ୪୮୧
- ୪୮୮
୨୨. ଓଡିଶାରେ ଜଳବିଦ୍ୟୁତ ଉତ୍ପାଦନ ସାମର୍ଥ୍ୟ କେତେ
ମେଗାୱାଟ ଥିଲା ?
- ୧୯୭୧
- ୧୯୭୬
- ୨୦୧୫
- ୨୦୪୫
୨୩. ନିମ୍ନଲିଖିତ ମଧ୍ୟରୁ କେଉଁଠାରେ ଏକ ତାପଜ
ବିଦ୍ୟୁତକେନ୍ଦ୍ର ରହିଛି ?
- ରେଙ୍ଗାଳି
- ହୀରାକୁଦ
- ଇବ୍
- ଅପରକୋଲାବ
୨୪.ନିମ୍ନଲିଖିତ ମଧ୍ୟରୁ କେଉଁଟି ଭିନ୍ନ ?
- ନେସ୍କୋ
- ୱେସ୍କୋ
- ସେସ୍କୋ
- ଗ୍ରୀଡ୍କୋ
୨୫. କେବେଠାରୁ ଓଡିଶାରେ ଭିତ୍ତିଭୂମି ବିକାଶ କାର୍ଯ୍ୟ
ଆରମ୍ଭ ହେଲା ?
- ୧୯୩୬
- ୧୯୪୫
- ୧୯୪୬
- ୧୯୪୭
No comments:
Post a Comment