ପୋଷଣ


ପୋଷଣ
୧.ସବୁଜ ଉଦ୍ଭିଦ କେଉଁ ପ୍ରକ୍ରିୟା ଦ୍ଵାରା ଖାଦ୍ଯ ପ୍ରସ୍ତୁତ କରେ?
୨.କେଉଁ ପ୍ରକ୍ରିୟା ଦ୍ଵାରା ବାୟୁ ମଣ୍ଡଳକୁ ଅମ୍ଳଜାନ ଉଦ୍ଭିଦ ନିର୍ଗତ କରିଥାନ୍ତି ?
୩.ଗ୍ଳୁକୋଜ ଅଣୁର ସଙ୍କେତ କଣ ?
୪.ଆଲୋକ ଶ୍ଲେଷଣରେ ନିର୍ଗତ ଅମ୍ଳଜାନ ଜଳରୁ ବାହାରି ଥାଏ । ଏହା କେଉଁ ବୈଜ୍ଞାନିକ ପ୍ରଥମେ ଜଣାଇ ଥିଲେ?
୫.ଆଲୋକ ଶ୍ଲେଷଣ ପ୍ରକ୍ରିୟାରେ ଶର୍କରା ଅଣୁ ସହ ଅନ୍ୟ କେଉଁ କେଉଁ ଅଣୁ ଉଦ୍ଭିଦ ପ୍ରସ୍ତୁତ କରି ଥାଏ?
୬.ଏଗୁଡିକ ମଧ୍ୟରୁ କିଏ ଆଲୋକ ଶ୍ଲେଷଣ ସହ ସମ୍ପୃକ୍ତ ନୁହେଁ?(ସୂର୍ଯାଲୋକ,ଅଙ୍ଗାରକାମ୍ଳ,ଯବଖରାଜନ,ଜଳ )
୭.ଆଲୋକ ଶ୍ଲେଷଣ ପ୍ରକ୍ରିୟାରେ ତିନୋଟି ଗ୍ଳୁକୋଜ ଅଣୁ ପ୍ରସ୍ତୁତ କରିବା ଦ୍ଵାରା କେତୋଟି ଅମ୍ଳଜାନ ଅଣୁ ନିର୍ଗତ ହୁଏ?
୮.ଆଲୋକ ଶ୍ଲେଷଣକୁ ଆଲୋକ ପ୍ରକ୍ରିୟା ଓ ଅନ୍ଧକାର ପ୍ରକ୍ରିୟା ଭାବେ କିଏ ବିଭକ୍ତ କରିଥିଲେ?
୯.ସବୁଜ ଉଦ୍ଭିଦରେ ଆଲୋକ ଶ୍ଲେଷଣ ପ୍ରକ୍ରିୟା କୋଷର କେଉଁ ଅଙ୍ଗୀକାରେ ହୋଇଥାଏ?
୧୦.ସବୁଜ କଣିକା ହରିତ ଲବକର କେଉଁ ସ୍ଥାନରେ ଦେଖାଯାଏ?
୧୧.ହରିତ ଲବକରେ ଦେଖା ଯାଉଥିବା ଘନ ତରଳ ଅଂଶକୁ କଣ କୁହାଯାଏ?
୧୨. ଆଲୋକ ଶ୍ଲେଷଣରେ ଆଲୋକ ପ୍ରକ୍ରିୟା କ୍ଳୋରୋପ୍ଳାଷ୍ଟର କେଉଁ ଅଂଶରେ ସମ୍ପାଦିତ ହୁଏ?
୧୩.କ୍ଳୋରୋପ୍ଲାଷ୍ଟର କେଉଁ ସ୍ଥାନରେ ଅନ୍ଧକାର ପ୍ରକ୍ରିୟା ସମ୍ପାଦିତ ହୁଏ?
୧୪.ଆଲୋକ ପ୍ରକ୍ରିୟା ପାଇଁ ଜଳସହ ଅନ୍ୟ କଣ ଉପାଦାନ ଆବଶ୍ୟକ ?
୧୫. ଆଲୋକ ଶ୍ଲେଷଣ ପ୍ରକ୍ରିୟାରେ ଆଲୋକରୁ ଶକ୍ତି ଶୋଷଣ ପାଇଁ କିଏ ଦାୟୀ ?
୧୬.କେଉଁ ଏନଯାଇମ ନିମ୍ନ ଶକ୍ତି ସମ୍ପନ୍ନ ADP କୁ ATPରେ ପରିଣତ କରିଥାଏ?
୧୭.ଆଲୋକ ପ୍ରକ୍ରିୟାରେ ଜଳ ଅଣୁର ବିଘଟନ ଘଟି କେଉଁ ଉପାଦାନ ମିଳି ଥାଏ?
୧୮.ATPର ପୁରା ନାମ କଣ?
୧୯.କେଉଁ ପ୍ରକ୍ରିୟାରେ ଆଲୋକ ଶକ୍ତି ରାସାୟନିକ ଶକ୍ତିରେ ରୂପାନ୍ତରିତ ହୁଏ?
୨୦.କ୍ଳୋରୋଫିଲ ଅଣୁ ଆଲୋକ ଅବଶୋଷଣ କରି କେଉଁ ବିଜାରକ ସୃଷ୍ଟି କରେ?
୨୧.କେଲଭିନ ଚକ୍ର ହରିତଲବକର କେଉଁ ଅଂଶରେ ସମ୍ପାଦିତ ହୁଏ?
୨୨.ଅନ୍ଧକାର ପ୍ରକ୍ରିୟାକୁ କିଏ ଆବିଷ୍କାର କରିଥିଲେ?
୨୩. ଅନ୍ଧକାର ପ୍ରକ୍ରିୟାରେ କେଉଁ ଏଞ୍ଜାଇମ ସବୁଠାରୁ ଗୁରୁତ୍ଵପୂର୍ଣ?
୨୪.କେଲଭିନ ଚକ୍ରର  ପ୍ରଥମ ସ୍ଥିର ଉତ୍ପାଦଟି କଣ?
୨୫.କେଲଭିନ ଚକ୍ରର  ଶେଷ ଉତ୍ପାଦରେ ଛଅ ଅଙ୍ଗାରକ ବିଶିଷ୍ଟ ଅଣୁଟି କଣ?
୨୬.ଶର୍କରା ଜାତୀୟ ଖାଦ୍ୟ କେଉଁ ଟିସୂ ଦ୍ଵାରା ଉଦ୍ଭିଦ ର ବିଭିନ୍ନ ଅଂଶକୁ ପ୍ରବାହିତ ହୁଏ?
୨୭.ମରୁଜ ଉଦ୍ଭିଦ କେଉଁ ସମୟରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରିଥାନ୍ତି?
ଉତ୍ତର

No comments:

Post a Comment