TLH/TLS HINDI/SANSKRIT

CLASS X BSE ODISHA MATRIC GUIDE BOOK
 CLASS X BSE ODISHA MATRIC GUIDE BOOK
TLH/TLS THIRD LANGUAGE HINDI/SANSKRIT


CLASS X BSE ODISHA MATRIC GUIDE BOOK
TLH/TLS HINDI/SANSKRIT
SANSKRIT
MCQ-S1 
ତୃତୀୟ ଭାଷା
(ସଂସ୍କୃତ)
ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା
ପାଇଁ ପରାମର୍ଶ
ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରିକ୍ଷା
ପାଇଁ ପ୍ରଚଳିତ ପାଠ୍ୟକ୍ରମରେ ସଂସ୍କୃତ ବିଷୟ ତୃତୀୟ ଭାଷା ରୂପେ ହିନ୍ଦୀ, ପର୍ସିଆନ୍
ଓ ଓଡ଼ିଆ ଭାଷାର ବିକଳ୍ପ ବିଷୟ ଭାବରେ ସ୍ଥାନିତ ହୋଇଛି । ଅପେକ୍ଷାକୃତ
ଭାବେ ଅଧିକାଂଶ ପରୀକ୍ଷାର୍ଥୀ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥାନ୍ତି । ସଂସ୍କୃତ
ବିଷୟ ଅଧ୍ୟୟନ ଦ୍ୱାରା ସାଂସ୍କୃତିକ, ଶୈକ୍ଷିକ ଓ ନୈତିକ ମୂଲ୍ୟବୋଧ ପ୍ରତି ପ୍ରେରଣା
ମିଳୁଥିବା ବେଳେ ସାମଗ୍ରିକ ଭାବରେ ମାଟ୍ରିକ୍ ପରୀକ୍ଷାରେ ବେଶି ନମ୍ବର
ରଖିବାରେ ସହାୟକ ହୋଇ ପରୀକ୍ଷାଫଳକୁ ପ୍ରଭାବିତ କରିଥାଏ । ଏଥିାଇଁ
ପରୀକ୍ଷାର୍ଥୀ ଓ ଅଭିଭାବକମାନେ ସଚେତନ ହେବା ଆବଶ୍ୟକ । ବିଦ୍ୟାଳୟରେ
ଶିକ୍ଷକମାନେ ପାଠ୍ୟକ୍ରମ ଓ ପ୍ରଶ୍ନପତ୍ର ଶୈଳୀରେ ସାଧାରଣତଃ ପରୀକ୍ଷାର୍ଥୀମାନଙ୍କୁ
ପ୍ରସ୍ତୁତ କରିବାକୁ ପରାମର୍ଶ ଦିଅନ୍ତି । କାରଣ ବିଦ୍ୟାଳୟରେ ସୀମିତ ସମୟ ମଧ୍ୟରେ
ସବୁ ପରୀକ୍ଷାର୍ଥୀଙ୍କର ସବୁ ଦିଗକୁ ଦୃଷ୍ଟି ଦେବା ସମ୍ଭବ ହୁଏ ନାହିଁ ।
ଅଭିଭାବକଙ୍କ ଦାୟିତ୍ୱ
ଅଭିଭାବକମାନେ ସବୁବେଳେ ପରୀକ୍ଷାର୍ଥୀ ସବୁ ବିଷୟ ପ୍ରତି କେତେ ସମୟ ଗୁରୁତ୍ୱ ଦେଇ
ପଢୁଛନ୍ତି ଦେଖିବା ଉଚିତ । ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ନିର୍ଦ୍ଧିଷ୍ଟ ବିଷୟକୁ ଅତି କମରେ ପୃଥକ୍ ପୃଥକ୍ ଭାବରେ ଆବଶ୍ୟକତା ଅନୁଯାୟୀ ଦୁଇଘଣ୍ଟା ପର୍ଯ୍ୟନ୍ତ ସମୟ ଦେଇ ପୁନରାବୃତ୍ତି
କରିବା ଆବଶ୍ୟକ । ସେଥିାଇଁ ପାଠ୍ୟକ୍ରମ ଓ ପ୍ରଶ୍ନପତ୍ରର ଶୈଳୀ ବିଷୟରେ ପ୍ରଥମେ ଧାରଣା
କରିବା ଦରକାର । ଶିକ୍ଷିତ ଓ ସଚେତନ ଅଭିଭାବକମାନେ ମୌଖିକ ଓ ଲିଖିତ ଆକାରରେ
ପରୀକ୍ଷାର୍ଥୀର ପାଠପଢ଼ା ଓ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଅଗ୍ରଗତି ବିଷୟରେ ଧ୍ୟାନ ଦେବା
ଆବଶ୍ୟକ । ପରୀକ୍ଷାର୍ଥୀର ମନକୁ ହାଲୁକା କରିବା ପାଇଁ କିଛି ସମୟ ଘର ନିକଟରେ ଖେଳିବା,
ପରିବାର ସଦସ୍ୟଙ୍କ ସହିତ ହସଖୁସି କରିବା ଉଚିତ । ନିର୍ଭୟରେ ପରୀକ୍ଷା ଦେବା ଉଚିତ,
ଭୁଲ ଉତ୍ତର ପାଇଁ ବିଚଳିତ ନହୋଇ ସହଜରେ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସାହସ
ଦେବା ଆବଶ୍ୟକ । କୌଣସି ସମୟରେ ହତୋତ୍ସାହ କରିବା ଉଚିତ ନୁହେଁ । ଅତ୍ୟନ୍ତ ଆଶାବାଦୀ
ହୋଇ ପରୀକ୍ଷାର୍ଥୀକୁ ମାନସିକ ଭାରାକ୍ରାନ୍ତ କରିବା ମଧ୍ୟ ଠିକ୍ ନୁହେଁ ।
ସାଧାରଣ ପାଠଶାଠ ସହିତ ସମ୍ପକୟ ନଥିବା ଓ ଅଳ୍ପଶିକ୍ଷିତ ଅଭିଭାବକମାନେ
ପରୀକ୍ଷାର୍ଥୀମାନଙ୍କୁ ସବୁବେଳେ ମେଧାବୀ ଭଲପିଲାଙ୍କୁ ଅନୁକରଣ କରି ପଢ଼ିବା ପାଇଁ
ପରାମର୍ଶ ଦେବା ଉଚିତ । ଅନ୍ୟ ଶିକ୍ଷିତ ଅଭିଭାବକମାନଙ୍କ ସହିତ ସରସମ୍ପକୟ ରଖି ପଦକ୍ଷେପ
ନେବାକୁ ବୁଝାଇବା ଦରକାର । ଆବଶ୍ୟକ ସମୟରେ ବିଦ୍ୟାଳୟର ଶିକ୍ଷକମାନଙ୍କ ସହିତ
ପରୀକ୍ଷାର୍ଥୀର ପରୀକ୍ଷା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଆଲୋଚନା ମଧ୍ୟ କରିବା ଦରକାର ।
ପରୀକ୍ଷା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ସମସ୍ତ ବିଷୟର ସମ୍ଭାବ୍ୟ ପ୍ରଶ୍ନ ଓ ଆଦର୍ଶ
ଉତ୍ତରଗୁଡ଼ିକୁ ପରୀକ୍ଷାର୍ଥୀମାନେ ଖାତାରେ ଲେଖି ଅଭ୍ୟାସ କରିନେବା ଭଲ । ବହିରେ
ଥିବା ସମସ୍ତପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀ ନିଜେ ଅନ୍ୟର ସାହାଯ୍ୟ ନ ନେଇ ଲେଖିବା
ଆବଶ୍ୟକ । ଅଭିଭାବକମାନେ ଏଥି୍ରତି ଦୃଷ୍ଟି ଦେବା ଉଚିତ । ପ୍ରଶ୍ନ ଉତ୍ତରର ଶୁଦ୍ଧତା ଓ
ସଂଶୋଧନ ପାଇଁ ବିଦ୍ୟାଳୟର ଶିକ୍ଷକଙ୍କ ସହିତ ଯୋଗସୂତ୍ର ରଖିବା ଭଲ ।
ପରୀକ୍ଷାର ଏକ ସପ୍ତାହ ପୂର୍ବରୁ ପାଠପଢ଼ାର ସମୟକୁ କମାଇ ଦେଇ ଅଧିକ ସ୍ମରଣ
କରିବା ଏବଂ ମୌଖିକ ପ୍ରଶ୍ନୋତ୍ତର ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଧୈର୍ଯ୍ୟ ଧରି ଶାନ୍ତ ଭାବରେ
ଉତ୍ତର ଲେଖିବାକୁ ବୁଝାଇବା ଦରକାର । କୌଣସି ପ୍ରଶ୍ନର ଉତ୍ତରକୁ ନ ଲେଖି ଛାଡ଼ିଦେବା
ପାଇଁ କହିବେ ନାହିଁ । ପ୍ରଶ୍ନ କଷ୍ଟ ଲାଗିଲେ ବରଂ ସହସା ଉତ୍ତର ନଲେଖି ବିଳମ୍ବରେ
ଚିନ୍ତାକରି ଉତ୍ତରକୁ ବିଷୟ ଆଧାରରେ କୌଣସି ପ୍ରକାରରେ ବିଳମ୍ବରେ ଚିନ୍ତା କରି
ଉତ୍ତରକୁ ବିଷୟ ଆଧାରରେ କୌଣସି ପ୍ରକାରରେ ଲେଖିଦେବା ଶ୍ରେୟସ୍କର ।
ପରୀକ୍ଷା ପୂର୍ବଦିନ ପୂର୍ବରୁ ପ୍ରସ୍ତୁତ କରିଥିବା ଆଦର୍ଶ ସମ୍ଭାବ୍ୟ ପ୍ରଶ୍ନଉତ୍ତର ଖାତାକୁ
ଏବଂ ପାଠ୍ୟ ପୁସ୍ତକକୁ ମାତ୍ର ଘଣ୍ଟାଏ ପର୍ଯ୍ୟନ୍ତ ଆଖି ବୁଲାଇ ନେବାକୁ ପରାମର୍ଶ ଦେବା
ଦରକାର । ସୁସ୍ଥ ଓ ଶାନ୍ତ ଅବସ୍ଥାରେ ପରୀକ୍ଷାରେ ଯୋଗ ଦେଇ ଧୈର୍ଯ୍ୟ ଧରି ପ୍ରଶ୍ନଗୁଡ଼ିକୁ
ପଢ଼ି ଉଚିତ ସମୟ ମଧ୍ୟରେ ଉତ୍ତର ଲେଖି ସମୟ ହେଲେ ପୁନରାବୃତ୍ତି ବା ପୁନଃ ପଠନ
ପାଇଁ ମନୋବଳ ଦୃଢ଼ କରିବା ଦରକାର ।
ପରୀକ୍ଷା ଦିନ ପ୍ରବେଶ ପତ୍ର, ନୀଳ ବା କଳା ଡଟ୍ ପେନ୍ ୨ଟି ପେନ୍ସିଲ୍ ରବର
ପ୍ରଭୃତି ବିଦ୍ୟାଳୟ ନିର୍ଦେଶିତ ସାମଗ୍ରୀ ନେଇ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ସହାୟତା
ପ୍ରଦାନ କରିବେ । ପରୀକ୍ଷା କେନ୍ଦ୍ରରେ ଅଯଥା ଅଭିଭାବକମାନେ ପ୍ରବେଶ କଲେ
ପରୀକ୍ଷାର୍ଥୀର ମାନସିକ ଚଞ୍ଚଳତା ଓ ବ୍ୟଗ୍ରତା ବଢ଼ିବ । ପରୀକ୍ଷା ପରେ ମଧ୍ୟ କୌଣସି
ପ୍ରଶ୍ନର ତ୍ରୁଟି ପୂର୍ଣ୍ଣ ଉତ୍ତର ସମ୍ପର୍କରେ ଆଲୋଚନା ନ କରି ପରବର୍ତ୍ତୀ ପରୀକ୍ଷା ପାଇଁ
ପ୍ରସ୍ତୁତ ହେବାକୁ ପରାମର୍ଶ ଦେବା ଉଚିତ । ପରୀକ୍ଷାକୁ ଭୟ ନ କରି ଗଭୀର ଆତ୍ମବିଶ୍ୱାସ
ଓ ସକାରାତ୍ମକ ଦୃଷ୍ଟିରେ ବିଚାର କରିବା ଆବଶ୍ୟକ ।
ପରୀକ୍ଷାର୍ଥୀଙ୍କୁ
ପରାମର୍ଶ
ଧୈର୍ଯ୍ୟଧରି ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ । ସବୁ
ବିଷୟକୁ ଭଲ ଭାବରେ ପଢ଼, ଯେଉଁଠାରେ
ବୁଝି ହେଉନାହିଁ ଶିକ୍ଷକଙ୍କଠାରୁ ପଚାରି ବୁଝି
ସନ୍ଦେହ ଦୂର କର । ପରୀକ୍ଷାର ୧୫ ଦିନ
ପୂର୍ବରୁ ସବୁ ବିଷୟକୁ ଅଭ୍ୟାସ କରି ସାରି
ଦିଅ । ତା’ପରେ ପିତା, ମାତା ବା
ସାଙ୍ଗସାଥୀଙ୍କ ସହାୟତାରେ ନିଜ ପ୍ରସ୍ତୁତି ବିଷୟରେ ନିଜେ ନିଜେ କହି, ଲେଖି
ଆତ୍ମସନ୍ତୋଷ ଲାଭକର । ସପ୍ତାହକ ପୂର୍ବରୁ ପ୍ରସ୍ତୁତ କରିଥିବା ଉତ୍ତର ଖାତା ବା ବହିକୁ
ଦେଖି ମନେମନେ ସମ୍ଭାବିତ ପ୍ରଶ୍ନର ଉତ୍ତରକୁ ସ୍ମରଣ କର ।
ସତର୍କତା : ପରୀକ୍ଷାରେ ପାଠ୍ୟପୁସ୍ତକରେ ଥିବା ବିଷୟ ଏବଂ
ଅନୁଶୀଳନୀରେ ପ୍ରଦତ୍ତ ପ୍ରଶ୍ନ ଅବଲମ୍ବନରେ ପ୍ରଶ୍ନ ଆସିବ । ବିଷୟଗୁଡ଼ିକୁ ଭଲ
ଭାବରେ ପଢ଼ । ପ୍ରତ୍ୟେକ ବାକ୍ୟର ଅର୍ଥକୁ ବୁଝି ପାରିଲେ, ସବୁ ପ୍ରଶ୍ନର ଉତ୍ତର
ସହଜରେ ଆସିବ । ସାଧାରଣତଃ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ପଦ୍ଧତି ଦୃଷ୍ଟିରୁ ପ୍ରତ୍ୟେକ
ବାକ୍ୟର ଅର୍ଥକୁ ସମାନ ରଖି ବିଭିନ୍ନ ଶୈଳୀରେ ପ୍ରଶ୍ନ ପଚରା ଯାଇପାରିବ ।
ବହିରେ ଥିବା ସଂପୃକ୍ତ ବାକ୍ୟରେ ପ୍ରଦତ୍ତ ଉତ୍ତରଟି ଯଥାର୍ଥ ଉତ୍ତର । ପରୀକ୍ଷା
ପାଇଁ ପ୍ରସ୍ତୁତିବେଳେ ବିକଳ୍ପ ଉତ୍ତରଗୁଡ଼ିକ ମଧ୍ୟରୁ କେଉଁଟି ସର୍ବୋତ୍ତମ ତାହା
କେବଳ ପାଠ୍ୟପୁସ୍ତକରେ ମିଳିବ । ଗଦ୍ୟପଦ୍ୟ ବିଷୟରେ ପ୍ରଦତ୍ତ ଅନୁଶୀଳନୀକୁ
ନିର୍ଭୁଲ ଭାବରେ ଅଭ୍ୟାସ କଲେ ଆଶାନୁରୂ ଫଳ ମିଳିବ ।
ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ପାଇଁ ଗଦ୍ୟ ବିଷୟରୁ ଛୋଟ ଛୋଟ ବାକ୍ୟରୁ
ସକାରଣ ବିଭକ୍ତି, ଅନୁଶୀଳନୀରେ ପ୍ରଦତ୍ତ ସମାସ, ସନ୍ଧି, କୃଦନ୍ତ ଓ ବାକ୍ୟ
ଗଠନ ପ୍ରତି ଅଗ୍ରାଧିକାର ଦେବା ଉଚିତ ।
SUBJECTIVEର ଉତ୍ତର ପାଇଁ ଗଦ୍ୟ ପଦ୍ୟ ବିଷୟର ପ୍ରଶ୍ନର ଉଦ୍ୟେଶ୍ୟକୁ
ଲକ୍ଷ୍ୟ ରଖି ତିନିଗୋଟି ବାକ୍ୟରେ ଆବଶ୍ୟକ ହେଲେ ଯୌଗିକ ବାକ୍ୟରେ ସୀମିତ
ଉତ୍ତର ଲେଖିବା ଦରକାର । କମ୍ ବାକ୍ୟରେ ବା ଅତି ଅଧିକ ବାକ୍ୟରେ ଉତ୍ତର
ଲେଖିବା ଦ୍ୱାରା ଭଲ ନମ୍ବର ମିଳିବ ନାହିଁ ।
ଅନୁଚ୍ଛେଦରେ ପ୍ରଶ୍ନର ଉଦ୍ୟେଶ୍ୟ ବୁଝି ମାତୃଭାଷାରେ କିମ୍ବା ଶୁଦ୍ଧ ସଂସ୍କୃତରେ
ଉତ୍ତର ଲେଖିବା ଦରକାର ।
ବାକ୍ୟଗଠନରେ ପ୍ରଦତ୍ତ ପଦ(ଶବ୍ଦ)ର ଉପଯୁକ୍ତ ପ୍ରୟୋଗ ପ୍ରତି ଦୃଷ୍ଟି ଦେବା
ଆବଶ୍ୟକ । ଦୀର୍ଘବାକ୍ୟ ଅପେକ୍ଷା କ୍ଷୁଦ୍ର କ୍ଷୁଦ୍ର ସମୟୋପଯୋଗୀ ବାକ୍ୟ ଲେଖିବା
ଉଚିତ । ବେଶି ବଡ଼ ବାକ୍ୟ ଲେଖିଲେ ଭୁଲ ହେବା ସମ୍ଭାବନା । ଅନୁବାଦ ପ୍ରଶ୍ନକୁ
ପଢ଼ି କର୍ତ୍ତା, କ୍ରିୟା ଏବଂ ଅନ୍ୟାନ୍ୟ ସ୍ଥାନୀୟ ପଦର ବିଭକ୍ତି ଓ ଗୁରୁତ୍ୱକୁ ବୁଝି
ପ୍ରଥମେ ରଫ୍ କରି ପରେ ଶୁଦ୍ଧ ଭାବରେ ଲେଖିବା ଉଚିତ । ସହଜରେ ବୁଝି
ହେଉଥିବା ତତ୍ସମ ଶବ୍ଦ ବ୍ୟବହାର କରିବା ଭଲ ।
SUBJECTIVEର ଉତ୍ତର ଖାତାରେ ପ୍ରତ୍ୟେକ ଉତ୍ତର ପାଇଁ ସମାନ ସ୍ତରର
ଭାଷା ବ୍ୟବହାର କରିବା ନିରାପଦ । ପରୀକ୍ଷା ଗୃହକୁ ପ୍ରବେଶ ପତ୍ର, ୨ଟି ଲେଖାଏଁ
କଳାବଲ୍ ପଏଣ୍ଟ ପେନ୍, ପେନ୍ସିଲ୍ ରବର ନେଇ ଯାଅ । ସମୟର ମୂଲ୍ୟ ବୁଝି
କାମ କରିବ । ଧୀରସ୍ଥିର ଭାବେ OMR ପୂରଣ କର । OMRର
ପ୍ରଶ୍ନର ବିକଳ୍ପ ଉତ୍ତରଗୁଡ଼ିକୁ ପଢ଼ । ଠିକ୍ ଉତ୍ତରକୁ ମନେ ମନେ ସ୍ଥିର କର । ଆବଶ୍ୟକ
ସ୍ଥଳେ ପ୍ରଥମେ ପ୍ରଶ୍ନ ପତ୍ରରେ ପେନ୍ସିଲରେ ଚିହ୍ନ ଦେଇ ରଖ । ଉତ୍ତର ଠିକ୍ ବୋଲି
ସନ୍ତୁଷ୍ଟ ହେଲା ପରେ OMR ରେ ପୂରଣ କର । OMR ରେ କଟାକଟି କରି ଲେଖିବା
ଅନୁଚିତ । ଯତ୍ନରେ OMRକୁ ରଖିବ, ମୋଡ଼ାମୋଡ଼ି ଭଙ୍ଗାଭଙ୍ଗି କରିବ ନାହିଁ ।
OBJECTIVEର ପ୍ରଶ୍ନକୁ ପଢ଼ି ଧୀରସ୍ଥିର ଭାବେ ଗଦ୍ୟ, ପଦ୍ୟର ପ୍ରାସଙ୍ଗିକ ଉତ୍ତର,
ନିର୍ଦ୍ଧିଷ୍ଟ ବାକ୍ୟ ଅବଲମ୍ବନରେ ଲେଖିବ । ଗଦ୍ୟପଦ୍ୟର ଉତ୍ତରରେ ଲେଖକ, କବି
ପରିଚୟ କିମ୍ବା ଗ୍ରନ୍ଥର ଉଦ୍ଧୃତି ଅନାବଶ୍ୟକ । ଉତ୍ତରକୁ ବାରମ୍ବାର ଲେଖି କଟାକଟି
କରିବ ନାହିଁ । ଯଦି ଅଧିକ କିମ୍ବା ଅତିରିକ୍ତ ଉତ୍ତର ଅତିରିକ୍ତ ପୃଷ୍ଠାରେ ଲେଖିଥାଅ ତେବେ
ସ୍ପଷ୍ଟ ଭାବେ ପ୍ରଶ୍ନର କ୍ରମିକ ନମ୍ବର ସହିତ ଲେଖିବା ଆବଶ୍ୟକ । OBJECTIVEର ପ୍ରଶ୍ନର
ନିର୍ଦ୍ଧିଷ୍ଟ ଉତ୍ତର ବିନ୍ଦୁ ଯଦି କୌଣସି ସମୟରେ ସ୍ମରଣ ହୋଇନପାରେ ତେବେ ବିଷୟବସ୍ତୁ
ଆଧାରରେ ସଂକ୍ଷେପରେ ଉତ୍ତର ଲେଖିଲେ ପ୍ରାୟ ନମ୍ବର ମିଳିଯାଇପାରେ ।
ଉତ୍ତରକୁ ତରତର ହୋଇ ନ ଲେଖି ଧୀରସ୍ଥିର ଭାବେ ସୁନ୍ଦର ଅକ୍ଷରରେ
ଲେଖିବା ଉଚିତ । ପରୀକ୍ଷା ଶେଷ ହେବା ପୂର୍ବରୁ ଲେଖିଥିବା ଉତ୍ତରଗୁଡ଼ିକୁ
ପୁନରାବୃତ୍ତି ବା ପୁନଃପଠନ କରିବା ଆବଶ୍ୟକ, ତାହାଦ୍ୱାରା ଅନେକ ତ୍ରୁଟି
ସଂଶୋଧିତ ହୋଇପାରିବ ।
ପ୍ରଶ୍ନତ୍ର ଓ
ଉତ୍ତର ଲିଖନ
ପ୍ରଥମେ ପରୀକ୍ଷାର୍ଥୀଙ୍କର ROLL NO. ଛପା
ହୋଇଥିବା OMR SHEET ଦିଆଯାଏ ।
ତା’ପରେ OBJECTIVE PART-1 ଏବଂ
SUBJECTIVE PART-II ମିଳିତ ପ୍ରଶ୍ନ
ଦିଆଯାଏ । ପଢ଼ିବା ପାଇଁ ୧୫ ମିନିଟ୍
ସମୟ ଦିଆଯାଏ । (ତୃତୀୟ ଭାଷା ସଂସ୍କୃତ
ଓ ହିନ୍ଦୀ ପାଇଁ ଗୋଟିଏ ମିଳିତ ପ୍ରଶ୍ନ ପତ୍ର
ରହିଥାଏ ।) ସଂକ୍ଷିପ୍ତ ବା OBJECTIVE-1 ପାଇଁ ଗୋଟିଏ COMPOSITE OBJECTIVE QUESTION BOOKLETଯେଉଁଥିରେ ପ୍ରଥମେ ହିନ୍ଦୀ ଓ ପରେ
ସଂସ୍କୃତରେ ୫୦ଟି ସଂକ୍ଷିପ୍ତ ପ୍ରଶ୍ନ ଏବଂ
ତା’ ତଳେ A,B,C,D କ୍ରମରେ ୪ ଗୋଟି
ସମ୍ଭାବ୍ୟ ବିକଳ୍ପ ଉତ୍ତର ଦିଆଯାଇଥାଏ ।
ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର କରିବା ପାଇଁ ୧
ଘଣ୍ଟା ସମୟ ନିର୍ଦ୍ଧିଷ୍ଟ ଥାଏ । ସ୍ୱତନ୍ତ୍ର OMR SHEET ରେ ସଂକ୍ଷିପ୍ତ ପ୍ରଶ୍ନର କ୍ରମିକ
ପାଖରେ A,B,C,D ଲିଖିତ ବୃତ୍ତ ଅଙ୍କିତ
ହୋଇଥାଏ । ପରୀକ୍ଷାର୍ଥୀ ଯଥାର୍ଥ ଉତ୍ତରକୁ
ବାଛି OMR ରେ ଥିବା କ୍ରମିକ ପ୍ରଶ୍ନର
ଡାହାଣ ପଟରେ ଥିବା A,B,C,D ବୃତ୍ତ
ମଧ୍ୟରୁ ଠିକ୍ ଉତ୍ତର ସୂଚାଉଥିବା ବୃତ୍ତକୁ ନୀଳ ବା କଳା ବଲ୍
ପଏଣ୍ଟପେନରେ ଗାଢ଼ ଭାବେ ନୀଳ ବା କଳା କରିବାକୁ
ହେବ । ଓଏମଆର SHEET ରେ କେଉଁଠାରେ କ’ଣ ଲେଖିବାକୁ
ହେବ ଏବଂ କିପରି ବୃତ୍ତକୁ ଗାଢ଼କରିବାକୁ ହେବ ସେହି
ବିଷୟରେ ଓଏମଆର SHEET ର ଗୋଟିଏ ପାଶ୍ୱର୍ରେ ଏବଂ
ସଂକ୍ଷିପ୍ତ ପ୍ରଶ୍ନ ପତ୍ରର ଉପର ପୃଷ୍ଠାରେ ଲେଖାହୋଇଥାଏ ।
ଏହାକୁ ଭଲ ଭାବରେ ପଢ଼ି ବୁଝି ପୂରଣ କରିବାକୁ ହେବ ।
୧ ଘଣ୍ଟା ପରେ ଓଏମଆର SHEETକୁ ନିରୀକ୍ଷକ
ନେଇଯିବେ, ତା’ପରେ PART-II SUBJECTIVE  ପାଇଁ ୧
ଘଣ୍ଟା ୩୦ ମିନିଟ୍ ସମୟରେ ଉତ୍ତର ଲେଖିବା ପାଇଁ

Composite Qn-Cum-Answer Booklet ରେ ୫ଟି
ପୃଥକ୍ ପୃଥକ୍ ପ୍ରଶ୍ନ ତଳେ ଉତ୍ତର ଲେଖିବା ପାଇଁ ନିର୍ଦ୍ଧାରିତ
ସ୍ଥାନର ବ୍ୟବସ୍ଥା ରହିଥାଏ । ସେହି ନିର୍ଦ୍ଧାରିତ ସ୍ଥାନରେ
ପରୀକ୍ଷାର୍ଥୀ ଉତ୍ତର ଲେଖିବା ଦରକାର । ଉତ୍ତର ଲେଖିବା ପରେ
ଯଦି ପରିବର୍ତ୍ତନ ଦରକାର ହୁଏ କିମ୍ବା ଅଧିକ ଲେଖିବାକୁ
ଦରକାର ହୁଏ ତେବେ ସେହି ସ୍ଥାନରେ ସୂଚନା ଦେଇ ଅତିରିକ୍ତ
ପୃଷ୍ଠାରେ (

Additional Page) ହିଁ ଉତ୍ତର ଲେଖିବାକୁ ହେବ ।
part-ii subjective ପ୍ରଶ୍ନ ଉତ୍ତର ପୁସ୍ତିକାକୁ ପରୀକ୍ଷା କକ୍ଷ
ଦାୟିତ୍ୱରେ ଥିବା ନିରୀକ୍ଷକଙ୍କୁ ଦେବାକୁ ହେବ । part-i
objective ପ୍ରଶ୍ନପତ୍ର ପରୀକ୍ଷାର୍ଥୀ ନିଜେ ଘରକୁ ଆଣିବେ ।
ପ୍ରଶ୍ନପତ୍ର ଓ ଅଙ୍କବିଭାଜନ
ପ୍ରଶ୍ନ କିରି, କେଉଁ ପ୍ରସଙ୍ଗରୁ, କେତୋଟି ପ୍ରଶ୍ନର ଉତ୍ତର ଲେଖିବାକୁ ହେବ ଏବଂ
କେଉଁ ପ୍ରଶ୍ନ ପାଇଁ କେତେ ନମ୍ବର ଉଦ୍ଧିଷ୍ଟ, ସେହି ବିଷୟରେ ଅଭିଭାବକ ଓ
ପରୀକ୍ଷାର୍ଥୀମାନେ ଭଲ ଭାବରେ ଜାଣିବା ଦରକାର ।
ସଂସ୍କୃତରେ ଅବ୍ଜେକ୍ଟିଭ ପାର୍ଟ-i ପାଇଁ ୫୦ଟି ପ୍ରଶ୍ନ, ପ୍ରତିପ୍ରଶ୍ନର ମୂଲ୍ୟ ୧
ନମ୍ବର । subjective ପାର୍ଟ-ii ପାଇଁ ୫ଟି ପ୍ରଶ୍ନ ପ୍ରତିପ୍ରଶ୍ନ ପାଇଁ ୧୦ ନମ୍ବର ଉଦ୍ଧିଷ୍ଟ ।
ସମୁଦାୟ part-1 ପାଇଁ ୫୦ ନମ୍ବର ସମୟ ୧ଘଣ୍ଟା ପାର୍ଟ-2 ପାଇଁ ୫୦ ନମ୍ବର
ସମୟ ଘ୧.୩୦ ମିନିଟ୍ ।
ସଂକ୍ଷିପ୍ତ ପ୍ରଶ୍ନ ବା objective ପାଇଁ (ସ) ଗଦ୍ୟ ଭାଗରୁ ୧୫ଟି (ସସ) ପଦ୍ୟରୁ
୧୦ଟି (ସସସ) ବିଷୟଗତ ବ୍ୟାକରଣ ବିଭାଗରୁ ଗଦ୍ୟ ବିଷୟର ନିର୍ଦ୍ଧିଷ୍ଟ ବାକ୍ୟରୁ
ରେଖାଙ୍କିତ ପଦର କାରକ ବିଭକ୍ତି ଗତ ଶୁଦ୍ଧ ଉତ୍ତର ପାଇଁ ୫ଟି (ସଙ୍ଖ) ଗଦ୍ୟ ପଦ୍ୟ
ବିଷୟରୁ ସନ୍ଧି ବିଚ୍ଛେଦ ବା ସନ୍ଧି ବିଧାନଗତ ଉତ୍ତର ପାଇଁ ୫ଟି (ଙ୍ଖ) ଗଦ୍ୟ ପଦ୍ୟ
ବିଷୟରୁ ଶୁଦ୍ଧ ସମାସ ନାମ, ବିଗ୍ରହବାକ୍ୟ, ସମସ୍ତ ପଦ ଚୟନ ପାଇଁ ୫ଟି (ଙ୍ଖସ)
ବ୍ୟାକରଣ ପୁସ୍ତକରେ ପ୍ରଦତ୍ତ ସ୍ତ୍ରୀ ପ୍ରତ୍ୟୟ ବିଭାଗରୁ ସ୍ତ୍ରୀ ପ୍ରତ୍ୟୟାନ୍ତ ପଦଚୟନ
ପାଇଁ ୫ଟି (ଙ୍ଖସସ) ବ୍ୟାକରଣ ପୁସ୍ତକରେ କୃଦନ୍ତ ପ୍ରକରଣ ଆଧାରିତ ଗଦ୍ୟ ପଦ୍ୟ
ବିଷୟରେ ବ୍ୟବହୃତ କୃଦନ୍ତ ପଦର ପ୍ରକୃତି ବା ପ୍ରତ୍ୟୟ ନିରୂଣ ପାଇଁ ୫ଟି ଏହିରି
୫୦ଟି ପ୍ରଶ୍ନର ଇ, ଈ, ଉ, ଊ କ୍ରମରେ ୪ ଗୋଟି ବିକଳ୍ପ ଉତ୍ତର ଥିବା ଈକ୍ଟକ୍ଟଳକ୍ଷରଗ୍ଧ
ଦିଆଯିବ । (ଏହାର ଉତ୍ତର omr sheetରେ ନିର୍ଦ୍ଧିଷ୍ଟ ବୃତ୍ତକୁ ନୀଳ ବା କଳା
ବଲ ପଏଣ୍ଟ ପେନରେ ପୂର୍ଣ୍ଣ ଭାବେ ଅଙ୍କିତ କରାଯାଇ ଦିଆଯିବ)
ଲିଖିତ ବା subjective part-ii ପାଇଁ
୧. ଗଦ୍ୟଭାଗରୁ ପ୍ରାୟ ତିନିଗୋଟି ବାକ୍ୟରେ ନିଜ ମାତୃଭାଷାରେ ୨ଟି ପ୍ରଶ୍ନର
ଉତ୍ତର ଲେଖିବାକୁ ପ୍ରଶ୍ନ ଆସିବ । (ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଇଁ ୫
ନମ୍ବର)
(ସ) ଗୋଟିଏ ପ୍ରଶ୍ନର ଅଥବାରେ ଅନ୍ୟ ଏକ ପ୍ରଶ୍ନ ଥିବ ।
(ସସ) ଗୋଟିଏ ପ୍ରଶ୍ନର ଅଥବାରେ ଅନ୍ୟ ଏକ ପ୍ରଶ୍ନ ଥିବ ।
ଅର୍ଥାତ୍ ଗଦ୍ୟଭାଗରୁ ପ୍ରାୟ ତିନୋଟି ଲେଖାଏଁ ବାକ୍ୟରେ ନିଜ ମାତୃଭାଷାରେ
ଉତ୍ତର ଲେଖାଯିବ (ସ) ରେ ୨ଟି ପ୍ରଶ୍ନରୁ ଗୋଟିଏ ଉତ୍ତର
(ସସ) ରେ ୨ଟି ପ୍ରଶ୍ନରୁ ଗୋଟିଏ ଉତ୍ତର ୫x୨= ୧୦
ନମ୍ବର
୨. ପଦ୍ୟଭାଗରୁ ପ୍ରାୟ ତିନିଗୋଟି ବାକ୍ୟରେ ନିଜ ମାତୃଭାଷାରେ ୨ଟି ପ୍ରଶ୍ନର
ଉତ୍ତର ଲେଖିବାକୁ ପ୍ରଶ୍ନ ଆସିବ । (ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଇଁ ୫
ନମ୍ବର)
(ସ) ଗୋଟିଏ ପ୍ରଶ୍ନର ଅଥବାରେ ଅନ୍ୟ ଏକ ପ୍ରଶ୍ନ ଥିବ ।
(ସସ) ଗୋଟିଏ ପ୍ରଶ୍ନର ଅଥବାରେ ଅନ୍ୟ ଏକ ପ୍ରଶ୍ନ ଥିବ ।
ଅର୍ଥାତ୍ ପଦ୍ୟଭାଗରୁ ପ୍ରାୟ ତିନୋଟି ଲେଖାଏଁ ବାକ୍ୟରେ ନିଜ ମାତୃଭାଷାରେ
ଉତ୍ତର ଲେଖାଯିବ (ସ) ରେ ୨ଟି ପ୍ରଶ୍ନରୁ ଗୋଟିଏ ଉତ୍ତର
(ସସ) ରେ ୨ଟି ପ୍ରଶ୍ନରୁ ଗୋଟିଏ ଉତ୍ତର ୫x୨= ୧୦
ନମ୍ବର
୩. ଅନୁଚ୍ଛେଦର ଉତ୍ତର ଲିଖନ- ସଂସ୍କୃତ ସାହିତ୍ୟ ମଞ୍ଜରୀ ପୁସ୍ତକରେ ଥିବା
ଅନୁଚ୍ଛେଦ ବିଭାଗରୁ ଗୋଟିଏ ଅନୁଚ୍ଛେଦ ଉଦ୍ଧୃତ ହୋଇଥିବ ।
ଅନୁଚ୍ଛେଦର ନିମ୍ନଭାଗରେ ୫ଟି ପ୍ରଶ୍ନର ଉତ୍ତର ସଂକ୍ଷେପରେ ଲେଖିବାକୁ
ନିର୍ଦେଶ ଦିଆଯାଇଥିବ ।
ପ୍ରତ୍ୟେକ ପ୍ରଶ୍ନର ତଳେ ଉତ୍ତର ଲେଖିବା ପାଇଁ ସ୍ୱତନ୍ତ୍ର ସ୍ଥାନ ଥିବ । ଅନୁଚ୍ଛେଦକୁ
ପଢ଼ି ଉତ୍ତର ନିଜ ମାତୃଭାଷାରେ ବା ସଂସ୍କୃତରେ ଲେଖାଯାଇପାରିବ ।
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଇଁ ୨ ନମ୍ବର ହିସାବରେ ୫ଟି ପ୍ରଶ୍ନର ଉତ୍ତର
ପାଇଁ ୧୦ ନମ୍ବର ୨x୫= ୧୦ ନମ୍ବର
୪. ବାକ୍ୟରଚନା- ଗଦ୍ୟପଦ୍ୟ ବିଷୟରେ ବ୍ୟବହାର କରାଯାଇଥିବା କାରକ
ବିଭକ୍ତି ଓ ଉପପଦ ବିଭକ୍ତି ଆଧାରରେ ଦିଆଯାଇଥିବା ୮ଟି ପଦ (ଶବ୍ଦ)
ମଧ୍ୟରୁ ୫ଟିକୁ ବ୍ୟବହାର କରି ସଂସ୍କୃତରେ ୫ଟି ବାକ୍ୟ ଲେଖାଯିବ ।
ପ୍ରତ୍ୟେକ ଶୁଦ୍ଧ ବାକ୍ୟଗଠନ ପାଇଁ ୨ ନମ୍ବର ଉଦ୍ଧିଷ୍ଟ । ସମୁଦାୟ ୫ଟି ବାକ୍ୟ ପାଇଁ
୫x୨= ୧୦ ନମ୍ବର
ବାକ୍ୟଗୁଡ଼ିକ ଛୋଟ ଏବଂ ଯୁଗୋପଯୋଗୀ ତଥା ଅର୍ଥଯୁକ୍ତ ହେଲେ ଭଲ ।
୫. ସଂସ୍କୃତରେ ଅନୁବାଦ –
ସଂସ୍କୃତ ବ୍ୟାକରଣ ପ୍ରକାଶ ବହିରେ ଥିବା ଅନୁବାଦ ପ୍ରକରଣ, ଭ୍ରମ ସଂଶୋଧନ
ତଥା ନବମ ଶ୍ରେଣୀ ବ୍ୟାକରଣ ବହିର କାରକ ବିଭକ୍ତି ଆଧାରିତ ଦିଆଯାଇଥିବା
୮ଟି ମାତୃଭାଷାର ବାକ୍ୟରୁ ଯେକୌଣସି ୫ଟି ବାକ୍ୟର ସଂସ୍କୃତ ଭାଷାରେ
ଅନୁବାଦ ବିଧେୟ । ପ୍ରତି ବାକ୍ୟର ଶୁଦ୍ଧ ଅନୁବାଦ ପାଇଁ ୨ ନମ୍ବର ଉଦ୍ଧିଷ୍ଟ ।
୫ଟି ଅନୁବାଦ ପାଇଁ ୨ ନମ୍ବର ହିସାବରେ ସମୁଦାୟ ୨x୫= ୧୦ ନମ୍ବର
ପ୍ରଶ୍ନରେ ଓଡ଼ିଆ ବାକ୍ୟ ଦିଆଯାଇଥିବା ସଙ୍ଗେ ସଙ୍ଗେ ବଙ୍ଗଳା, ହିନ୍ଦୀ, ତେଲୁଗୁ
ଓ ଇଂରାଜୀରେ ମଧ୍ୟ ସଂପୃକ୍ତ ଭାଷାଭାଷୀଙ୍କ ପାଇଁ ଓଡ଼ିଆ ବାକ୍ୟର ଅନୁବାଦ
ଦିଆଯାଇଥାଏ ।
୧ ନମ୍ବର ଠାରୁ ୫ ନମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରଶ୍ନ ଉତ୍ତର ଲେଖିବା ପାଇଁ
ପ୍ରତି୍ରଶ୍ନ ତଳେ ପର୍ଯ୍ୟାପ୍ତ ସ୍ଥାନ ଦିଆଯାଇଥିବ । ଅତିରିକ୍ତ ପୃଷ୍ଠା ମଧ୍ୟ ଦିଆଯାଇଥିବ ।
(ତିନିଗୋଟି ସେଟ୍ରେ ପ୍ରଶ୍ନ ଆସୁଥିବାରୁ ପ୍ରତି ସେଟ୍ରେ ପ୍ରଶ୍ନର କ୍ରମ
ପୃଥକ୍ ପୃଥକ୍ ହୋଇଥାଏ )
ଏହି ବିଷୟରେ ଅଭିଭାବକ ଓ ପରୀକ୍ଷାର୍ଥୀମାନେ ଭଲ ଭାବରେ ଅବଗତ
ହେବା ବାନ୍ଛନୀୟ ।
 


 




CLASS X BSE ODISHA MATRIC GUIDE BOOK
TLH/TLS HINDI/SANSKRIT
HINDI/SANSKRIT-P1



CLASS X BSE ODISHA MATRIC GUIDE BOOK
TLH/TLS HINDI/SANSKRIT
HINDI/SANSKRIT-P2

CLASS X BSE ODISHA MATRIC GUIDE BOOK
TLH/TLS HINDI/SANSKRIT
HINDI/SANSKRIT-P3





CLASS X BSE ODISHA MATRIC GUIDE BOOK

2 comments: